କଟକରୁ ୧୯ ଆକ୍ରାନ୍ତ ଚିହ୍ନଟ: ସମସ୍ତେ ସଙ୍ଗରୋଧ କେନ୍ଦ୍ରରୁ; ସକ୍ରିୟ ଆକ୍ରାନ୍ତ ତାଲିକାରେ କଟକ ଶୀର୍ଷରେ

କଟକ ଅଫିସ,୧୫।୬: କଟକ ଜିଲାରେ ସୋମବାର ୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ସଙ୍ଗରୋଧରେ ଥିଲେ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏମାନଙ୍କ ମଧ୍ୟରୁ କଟକ ସହରାଞ୍ଚଳରୁ ଜଣେ ଚିହ୍ନଟ ହୋଇଥିବା ବେଳେ ମାହାଙ୍ଗାରୁ ୧, ନରସିଂହପୁରରୁ ୪, ବଡ଼ମ୍ବାରୁ ୪ ଏବଂ ବାଙ୍କୀରୁ ୯ ଜଣ ରହିଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩୯ ଜଣ ସୁସ୍ଥ ହୋଇଥିବା ବେଳେ ୨୦୨ ଜଣଙ୍କ ଚିକିତ୍ସା ଚାଲିଛି। ଜଣକଙ୍କ ମୃତ୍ୟୁ ଘଟିଛି। ତେବେ ସକ୍ରିୟ ଆକ୍ରାନ୍ତ କ୍ଷେତ୍ରରେ କଟକ ଜିଲା ରାଜ୍ୟରେ ଶୀର୍ଷରେ ରହିଛି।

Share