କଟକରେ ଉତ୍ତେଜନା: ପୋଲିସକୁ ଢେଲାମାଡ଼

କଟକ ଅଫିସ, ୫।୪: ସଟ୍ ଡାଉନ ଚାଲିଥିବା ବେଳେ କଟକ ସହରରେ ରବିବାର ଉତ୍ତେଜନା ଦେଖା ଦେଇଛି। କେଶରପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସକାଳେ ଗଣ୍ଡଗୋଳ ଦେଖା ଦେଇଥିଲା। ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀଂକ ଭିତରେ ପାଟିତୁଣ୍ଡ ଚାଲିଥିବା ବେଳେ ମଂଗଳାବାଗ ଥାନା ପୋଲିସ ସେଠାରେ ପହଞ୍ଚିଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଥାନା ପିସିଆର ଉପରକୁ ଢେଲାମାଡ ହୋଇଥିଲା। ତେବେ ସେଠାରେ ଅଧିକ ଫୋର୍ସ ପହଁଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଖବର ଲେଖା ଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଡିସିପି ଅଖିଲେଶ୍ୱର ସିଂଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି ଘଟଣାରେ ଦଶରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

Share