କଟକରେ କଟକଣା ଉଲ୍ଲଂଘନ: ୨୪ ଘଣ୍ଟାରେ ୫୫ ବାଇକ ଜବତ, ୪,୩୫,୦୦୦ ଟଙ୍କା ଜରିମାନା ଆଦାୟ

କଟକ ଅଫିସ,୪।୪- କରୋନା ଭୁତାଣୁର ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ଏହିସବୁ କଟକଣା ଉଲଘଂନ ଅଭିଯୋଗରେ କଟକ ପୋଲିସ ଶୁକ୍ରବାର ସକାଳ ୯ଟା ଠାରୁ ଶନିବାର ସକାଳ ୯ଟା ଭିତରେ ୧୩ଟି ମାମଲା ରୁଜୁ କରିଛି। କଟକଣା ସତ୍ୱେ ବିନା କାରଣରେ ବାଇକ ଚଳାଉଥିବା ବ୍ୟକ୍ତି ମାନଂକୁ ମଧ୍ୟ ଧରିଛି। ସେମାନଙ୍କ ଠାରୁ ୫୫ଟି ବାଇକ୍ ଜବତ କରିଛି। ଏଥି ସହିତ ୪,୩୫,୦୦୦ ଟଙ୍କା ଜୋରିମାନା ସଂଗ୍ରହ କରାଯାଇ ଥିବା କଟକ ଡିସିପି ଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।