କଟକରେ ପ୍ରଥମ କରୋନା ଆକ୍ରାନ୍ତ : ପଟାପୋଲ ଅଞ୍ଚଳ ସିଲ କଲା ସିଏମସି

କଟକ ଅଫିସ,୪। ୪- କଟକ ସହରର ପଟାପୋଲ ଅଞ୍ଚଳକୁ ସିଲ କରିଛି କଟକ ମହାନଗର ନିଗମ(ସିଏମସି )। ଶନିବାର ସନ୍ଧ୍ୟାରେ ସିଏମ୍ସି ପକ୍ଷରୁ ଏହା ଘୋଷଣା କରାଯାଇଛି। ପ୍ରଥମ କରୋନା ଆକ୍ରାନ୍ତ ଚିନ୍ହଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଶନିବାର ଦିନ ତମାମ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚିନ୍ହଟ କରାଯାଇଥିଲା। ଏହି ଅଞ୍ଚଳକୁ ଏକ ସଂକ୍ରମିତ ଜୋନ୍ ଭାବେ ଘୋଷଣା କରାଯାଇଛି। ଜୋନ୍ ଭିତରକୁ ଯିବା ଏବଂ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ବକ୍ସି ବଜାର ଠାକୁ ଷ୍ଟୁଆର୍ଟ ସାଇନ୍ସ କଲେଜ, ଷ୍ଟୁଆର୍ଟ ସାଇନ୍ସ କଲେଜରୁ ସୁତାହାଟ ମସଜିଦ ଛକ, ସୁତାହାଟ ମସଜିଦ ଠାରୁ ତିନି କୋଣିଆ ବାଗିଚା ଛକ ଏବଂ ସେଠାରୁ ବକ୍ସି ବଜାର ଛକ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ କରାଯାଇଛି। ସମସ୍ତ ଯାନବାହାନ ଚଳାଚଳ, ଜନସାଧାରଣଙ୍କ ଯିବା ଆସିବା ଏବଂ ଗତିବିଧି ବନ୍ଦ କରାଯାଇଥିବା ସିଏମସି କମିଶନର ଅନନ୍ୟା ଦାସ ଘୋଷଣା କରିଛନ୍ତି। ଏହି ଅଞ୍ଚଳର ନିବାସୀଙ୍କୁ ଜୋନ୍ ଘରେ ରହିବାକୁ କୁହାଯାଇଛି। | ସିଏମସିଦ୍ୱାରା ଗଠିତ ବିଭିନ୍ନ ଦଳ ମାଧ୍ୟମରେ ଜରୁରୀ ଏବଂ ଚିକିତ୍ସା ଆବଶ୍ୟକତା ଯୋଗାଇ ଦିଆଯିବ। ପରିମଳ ଦାୟିତ୍ବରେ ଡେପୁଟି କମିଶନର ସଞ୍ଜୀବିତା ରାୟ, (9437187888), ଜରୁରୀ ସାମଗ୍ରୀ ଯୋଗାଣ ପାଇଁ ଆସିଷ୍ଟଣ୍ଟ ଏନଫୋର୍ସମେଣ୍ଟ ଅଫିସର ପ୍ରଦିପ କୁମାର ସାହା, (9437315152) ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଡା. ପ୍ରକାଶ ଚନ୍ଦ୍ର ସାହୁ (9692978579) ଏବଂ ଜିତେନ୍ଦ୍ର କୁମାର ପାଲ (9439999083)ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।

Share