କଟକରେ ପ୍ରଥମ ଥର ପାଇଁ ଆୟୋଜନ ହେଲା ପଥ ଉତ୍ସବ

କଟକ ଅଫିସ, ୧୩ା୧୧:ବାଲିଯାତ୍ରା ଉପଲକ୍ଷେ କଟକ ସହରରେ ପ୍ରଥମ ଥର ପାଇଁ ଜିଲା ପ୍ରଶାସନ ପକ୍ଷରୁ ‘ପଥ ଉତ୍ସବ’ ଆୟୋଜିତ ହୋଇଛି। ବୁଧବାର ପ୍ରଥମ ଦିନରେ ଏଥିରେ ହାତଗଣତି ଲୋକ ଦେଖିବାକୁ ମିଳିଥିଲେ। ପ୍ରଚାର, ପ୍ରସାର ଅଭାବରୁ ଜନସମାଗମ ହୋଇ ନ ଥିବା ଜଣାପଡ଼ିଛି।
ପ୍ରଥମ ଦିବସରେ ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିଲା କଳା ସଂସ୍କୃତି ସଂଘ ପକ୍ଷରୁ ୧୩୦ ଜଣ କଳାକାରଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ହୋଇଥିଲା। ନଗର ସଂକୀର୍ତ୍ତନ ସହ ଘୋଡ଼ାନାଚ କରାଯାଇଥିଲା। ପ୍ରଫେସର ସଞ୍ଜୟ ଶତପଥୀଙ୍କ ତତ୍ତ୍ବାବଧାନରେ ଶ୍ରୀଗୁରୁ ଭାଗବତ ଗାନ କାର୍ଯ୍ୟକ୍ରମ ସ୍ଥଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଏଥିରେ ୨୫ ଜଣ କଳାକାର ପାରମ୍ପରିକ ମୃଦଙ୍ଗ ବାଦ୍ୟ ବଜାଇଥିଲେ। ଭୁବନେଶ୍ୱରସ୍ଥ ଡିଏଭି ପବ୍ଲିକ ସ୍କୁଲର ଶିଶୁ କଣ୍ଠଶିଳ୍ପୀ ତନୁଶ୍ରୀ ଜେନା ବହୁ ଲୋକପ୍ରିୟ ହିନ୍ଦୀ ଗୀତ ଗାଇଥିଲେ। ପତଞ୍ଜଳି ପକ୍ଷରୁ ଦର୍ଶକଙ୍କୁ ଫିଟନେସ୍‌ର ମନ୍ତ୍ର ଦିଆଯାଇଥିଲା। ବ୍ୟାୟାମ ମାଧ୍ୟମରେ ବିଭିନ୍ନ ରୋଗରୁ ମଣିଷ କିଭଳି ମୁକ୍ତ ରହିପାରିବ ସେ ନେଇ ବାର୍ତ୍ତା ଦିଆଯାଇଥିଲା। ଏହାଛଡ଼ା ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନର ସମ୍ପାଦକ ପାର୍ଥ ସାରଥି ଜେନାଙ୍କ ତତ୍ତ୍ୱାବଧାନରେ ୧୬ଜଣ ପ୍ରଶିକ୍ଷାର୍ଥୀ ସ୍କେଟିଂ ପ୍ରଦର୍ଶନ କରିଥିଲେ। ଏହି ଉତ୍ସବ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri