କଟକରେ ବିକ୍ରି ହେବନି ମଦ: ସମସ୍ତ ଦୋକାନ ସିଲ୍‌ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

କଟକ ଅଫିସ,୮।୫- କଟକ ଜିଲାରେ ମଦ ବିକ୍ରି ହେବନାହିଁ। ଜିଲାର ସମସ୍ତ ମଦ ଦୋକାନକୁ ସିଲ୍‌ କରିବା ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟନୀ। କଟକ ଜିଲା ଗ୍ରୀନ ଜୋନରେ ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରୀନ ଜୋନରେ ମଦ ଦୋକାନ ଖୋଲି ପାରିବ। ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ମିଳିନାହିଁ। ଏଣୁ ମଦ ଦୋକାନ ଗୁଡିକୁ ସିଲ କରିବା ପାଇଁ ଅବକାରୀ ବିଭାଗକୁ ଜିଲାପାଳ ଚୟନୀ ନିର୍ଦ୍ଦେଶ ଦେଇଛନ୍ତି।

Share