କଟକରେ ବ୍ୟବସାୟୀଙ୍କଠାରୁ ଜାଲନୋଟ ଜବତ, ଜମା ପାଇଁ ବ୍ୟାଙ୍କ ନେଇଥିବା ବେଳେ ଧରାପଡ଼ିଲେ

କଟକ ଅଫିସ,୨୨।୧: ମର୍କତନଗର ଥାନା ପୋଲିସ ବୁଧବାର ଜଣେ ବ୍ୟବସାୟୀଙ୍କଠାରୁ ଜାଲ ନୋଟ ଜବତ କରିଛି। ବ୍ୟବସାୟୀ ଜଣକ ସେକ୍ଟର -୯ରେ ଥିବା ଏସ୍‌ବିଆଇ ଶାଖାରେ ୧ ଲକ୍ଷ ୬୦ହଜାର ଜମା ରଖିବା ଲାଗି ଆଣିଥିଲେ। ଏହି ସମୟରେ ବ୍ୟାଙ୍କ କର୍ମଚାରୀ ଉକ୍ତ ଟଙ୍କାରେ ୨ହଜାର ଟଙ୍କିଆ ନୋଟ ଜାଲ ନୋଟ ଥିବା ଜାଣିବାକୁ ପାଇଥିଲେ। ଏଣୁ ତାଙ୍କ ସହ କଥା ହେବା ଆଳରେ ମର୍କତନଗର ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ସେଠାରେ ପହଞ୍ଚି ଜାଲ ନୋଟ ଜବତ କରିବା ସହ ଉକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି। ବ୍ୟବସାୟୀ ଜଣକ ଜାଲ ନୋଟ ବିଷୟରେ କିଛି ଜାଣି ନ ଥିବା କହୁଥିବା ବେଳେ ସେ ଯେଉଁ ବ୍ୟକ୍ତିଙ୍କଠାରୁ ଟଙ୍କା ଆଣିଛନ୍ତି ସେ ଦୋଷୀ ବୋଲି ପୋଲିସକୁ କହିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ ପଚରାଉଚରା ଜାରି ରଖିଛି।

Share