କଟକରେ ଭାରତ ବନ୍ଦର ଆଶିଂକ ପ୍ରଭାବ

କଟକ ଅଫିସ,୮।୧: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କଟକରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟାଳୟ, ବଡ ବଡ ଶପିଂ ମଲ ବନ୍ଦ ରହିଛି। ସହରର ପ୍ରମୁଖ ସ୍ଥାନ ବାଦାମବାଡ଼ି, କଲେଜ ଛକ, ରାଣୀହାଟ, ମଧୁପାଟଣା, ହାଇକୋର୍ଟ ପ୍ରମୁଖ ଅଞ୍ଚଳରେ କର୍ମକର୍ତ୍ତାମାନେ ବିକ୍ଷୋଭ କରିବା ସହ ବାଦାମବାଡ଼ିରୁ ମଧୁପାଟଣା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରାଲି କରିଛନ୍ତିି। ହାଇକୋର୍ଟ, ଜିଲାପାଳଙ୍କ ଅଫିସ ସମ୍ମୁଖରେ କଂଗ୍ରେସ ବିଧାୟକ ଓ ସମର୍ଥକଙ୍କ ସହ ଟ୍ରେଡ୍‌ ୟୁନିୟନର କର୍ମକର୍ତ୍ତାମାନେ ଧାରଣାରେ ବସିଛନ୍ତି। ବନ୍ଦ ଯୋଗୁ ଘରୋଇ ବସ ଚଳାଚଳ ପ୍ରଭାବିତ ହୋଇଛି। ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନେ ନିରାଶ ହୋଇ ଫେରୁଥିବା ଦେଖାଯାଇଛି। ରାସ୍ତାରେ କିଛି ଅଟୋ ଚାଲୁଥିବା ଦେଖାଯାଇଛି। ହେଲେ ବନ୍ଦ ଯୋଗୁ ଅଟୋଚାଳକ ଅଧିକ ଟଙ୍କା ନେଉଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ସେହିଭଳି ବିଭିନ୍ନ ସ୍ଥାନରେ ଛୋଟ ଦୋକାନ ଖୋଲା ରହିଛି।

Share