କଟକରେ ରାଜ୍ୟର ସର୍ବାଧିକ ସକ୍ରିୟ ଆକ୍ରାନ୍ତ

କଟକ ଅଫିସ,୧୩।୬- କଟକ ଜିଲାରେ ରାଜ୍ୟର ସର୍ବାଧିକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। କଟକ ଜିଲାରେ ମୋଟ ୩୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୧୮୨ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିଭଳି ସକ୍ରିୟ ଆକ୍ରାନ୍ତ ତାଲିକାରେ କଟକ ପରେ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। ଏହି ଜିଲାରେ ମୋଟ ୩୩୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ଏବେ ୨୧୩ ଜଣ ସୁସ୍ଥ ହେବା ପରେ ୧୧୫ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Share