Categories: ଖେଳ

କଟକରେ ରେକର୍ଡ ଭାଙ୍ଗିପାରନ୍ତି ରୋହିତ

ଭୁବନେଶ୍ୱର,୨୦।୧୨- କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ଏକ ବିଶେଷ ରେକର୍ଡର ଅଧିକାରୀ ହୋଇପାରନ୍ତି। ଗୋଟିଏ ବର୍ଷରେ ୩ ଫର୍ମାଟକୁ ମିଶାଇ ସର୍ବାଧିକ ଅନ୍ତର୍ଜାତୀୟ ରନ୍‌ କରିଥିବା ଓପନିଂ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ହାତେଇବା ପାଇଁ ରୋହିତଙ୍କୁ ଆଉ ୯ ରନ୍‌ ଦରକାର। ଏହି ରେକର୍ଡ ଏବେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନତ ଜୟସୁରିୟାଙ୍କ ନାମରେ ରହିଛି। ୨୦୧୯ରେ ରୋହିତ ଏପର୍ଯ୍ୟନ୍ତ ୨,୩୭୯ ରନ୍‌ କରିଛନ୍ତି। ତାଙ୍କ ଆଗରେ ଥିବା ଜୟସୁରିୟା ୧୯୯୭ରେ ଦିନିକିଆ ଓ ଟେଷ୍ଟରେ ମୋଟ ୨,୩୮୭ ରନ୍‌ କରିଥିଲେ।

Share