କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ପାଇଁ ମିଳୁନି ଦୃଢ଼ ପ୍ରମାଣ

କଟକ ଅଫିସ,୩୧।୭: ଗୋଟିଏ ଦିନରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣାର ସନ୍ଦିଗ୍ଧ ଅଭିଯୁକ୍ତ ଏବେ ପୋଲିସ କବ୍‌ଜାରେ ରହିଛନ୍ତି। ସୋମବାର ପୂର୍ବାହ୍ନରେ ସନ୍ଦିଗ୍ଧ ନାରାୟଣ ସାହୁଙ୍କୁ ପୋଲିସ ଉଠାଇ ଆଣିଥିଲା। ହେଲେ ଏଯାଏ ତାଙ୍କୁ ଗିରଫ କରିବା ପାଇଁ ଠୋସ ପ୍ରମାଣ ଯୋଗାଡ଼ କରି ପାରିନାହିଁ ପୋଲିସ। ଡିସିପି ଅଖିଳେଶ୍ୱର ସିଂଙ୍କ ନେତୃତ୍ୱରେ ୪ଜଣ ବରିଷ୍ଠ ପୋଲିସ ଅଧିକାରୀ ନାରାୟଣଙ୍କୁ ଘନଘନ ଜେରା କରୁଛନ୍ତି। ମାତ୍ର ସନ୍ଦିଗ୍ଧ ନାରାୟଣଙ୍କୁ ଗିରଫ କରିବା ଭଳି କୌଣସି ପ୍ରମାଣ ପୋଲିସ ହାତରେ ପଡ଼ିନାହିଁ ବୋଲି ଡିସିପି ସିଂ କହିଛନ୍ତି। ସୂଚନାଯୋଗ୍ୟ, ସିସିଟିଭି ଫୁଟେଜ ଆଧାରରେ ନାରାୟଣଙ୍କୁ ପୋଲିସ ଉଠାଇ ଆଣିଥିଲା।
ସେ ହତ୍ୟାକାରୀ ବୋଲି ପୋଲିସ ସ୍ପଷ୍ଟ କରି ନ ଥିଲେ ମଧ୍ୟ ତାଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିବା ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲା। ତେବେ ସେ ହତ୍ୟାରେ ବ୍ୟବହାର କରିଥିବା ଛୁରି କିମ୍ବା ରକ୍ତଭିଜା କପଡ଼ା ପୋଲିସକୁ ମିଳିପାରିନାହିଁ।

Share