କଟକର ଆଉ ୨୦ ହୋଟେଲ୍‌ରେ କ୍ବାରାଣ୍ଟାଇନ୍‌ ସୁବିଧା

କଟକ ଅଫିସ,୨୨।୩: କଟକ ସହରର ଆଉ ୨୦ଟି ହୋଟେଲ୍‌ରେ କ୍ବାରାଣ୍ଟାଇନ୍‌ ସୁବିଧା କରାଯାଇଛି। ସିଏମ୍‌ସି ଏହି ପଦକ୍ଷେପ ନେଇଥିବାବେଳେ ଏଥିରେ ସହଯୋଗ କରିଛି ‘ଓୟୋ ରୁମ୍‌’। ଏହି ହୋଟେଲ୍‌ଗୁଡ଼ିକ ହେଲା ହୋଟେଲ୍‌ ବିଜୟ, ହୋଟେଲ୍‌ ନ୍ୟୁ ଜସ୍ମିମ୍‌, ହୋଟେଲ୍‌ ବାସନ୍ତୀ, ହୋଟେଲ୍‌ ସ୍ବାଗତ, କଟକ ଇଣ୍ଟର୍‌ନ୍ୟାଶନାଲ୍‌ ଲଜ୍‌, ସାଗର ଶ୍ରୀ ହୋଟେଲ୍‌, ମନିସା ରେସିଡେନ୍ସି, ହୋଟେଲ୍‌ ଶ୍ରୀଜଗନ୍ନାଥ, ମୋନା ପ୍ୟାଲେସ୍‌, ହୋଟେଲ୍‌ ବିଶାଲ୍‌ ଇନ୍‌, ଆଦିଶ୍‌, ହୋଟେଲ୍‌ ଅଶୋକା, ପ୍ରବୀର ରେସିଡେନ୍ସି, ବମ୍ବେ ହୋଟେଲ୍‌, ବମ୍ବେ ଇନ୍‌, ମୋନା ପ୍ୟାଲେସ୍‌, ଶ୍ରୀରାମ ରେସିଡେନ୍ସି, ହୋଟେଲ୍‌ ଜୟ ରାଡିସନ୍‌, ଅମ୍ବିକା ରେସିଡେନ୍ସି ଏବଂ ଆଶୀର୍ବାଦ ଭବନ। ଏହି ହୋଟେଲ୍‌ଗୁଡ଼ିକରେ ଦୈନିକ ଫି’ ୪୫୫ ଟଙ୍କାରୁ ଆରମ୍ଭ କରି ୧୯୬୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଦୈନିକ ଦୁଇଓଳା ଖାଦ୍ୟ, ସକାଳ ଜଳଖିଆ ସହ ଦୁଇଟି ପାଣି ବୋତଲ୍‌ ଯୋଗାଇ ଦିଆଯିବ। ପୂର୍ବରୁ ସହରର ୬ଟି ହୋଟେଲ୍‌ରେ ଏହି ସୁବିଧା ରହିଥିଲା।

Share