କଟକ ଅଫିସ, ୧୩।୧୨: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର କାର୍ଯ୍ୟକ୍ରମ ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲାରେ ଏହି ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଥିବା ବେଳେ ସୋମବାର କଟକ ଜିଲାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।
ସ୍ମାର୍ଟକାର୍ଡର ଶୁଭାରମ୍ଭ ହେବା ପରେ ଡିସେମ୍ବର ୧୪ ତାରିଖ ପରଠୁ ଜିଲାର ପ୍ରତି ବ୍ଲକରେ ଏହି ସ୍ମାର୍ଟ ହେଲ୍ଥ କାର୍ଡ ବିତରଣ ଆରମ୍ଭ ହେବ । ଜିଲାରେ ପାଖାପାଖି ୫ ଲକ୍ଷ ୫ ହଜାରରୁ ଅଧିକ ହିତାଧିକାରୀ ଏହି କାର୍ଡ ଦ୍ବାରା ଉପକୃତ ହେବେ । ଏହା ପରେ ଜିଲାରେ ୨୬୭ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରିବେ । ଏହା ସହ ୧୪୫୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଥିପ୍ରତି ସବୁ ପ୍ରକାର ଆୟୋଜନ ହୋଇସାରିଛି। ବାଲିଯାତ୍ରା ପଡିଆରେ ସଭାସ୍ଥଳ ଓ ହେଲିପ୍ୟାଡ୍ ନିକଟରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ନେଇ ସୂଚନା ମିଳିଛି।