Categories: ଖେଳ

କଟକ ଜିଲା ଚେସ୍‌ ଉଦ୍‌ଯାପିତ: ଅଂଶୁମାନ, ସ୍ବସ୍ତିକ ଚାମ୍ପିୟନ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- କଟକସ୍ଥିତ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ କଟକ ଜିଲା ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏହାର ସିନିୟର ବିଭାଗରେ ଅଂଶୁମାନ ସାମଲ ଓ ଜୁନିୟରରେ ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ ଚାମ୍ପିୟନ ହୋଇଛନ୍ତି। ସିନିୟରରେ ଅଂଶୁମାନ ଓ ଶ୍ରେୟାଂଶ ଶୁଭମ୍‌ ପଟ୍ଟନାୟକ ୬ ପଏଣ୍ଟ ଲେଖାଏ ରଖିଥିଲେ ହେଁ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇ ଟ୍ରଫି ସହ ୫୦୦୦ ଓ ୩୫୦୦ଟଙ୍କାର ପୁରସ୍କାର ରାଶି ଲାଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀୟଂଶ ଦାସ, ନୀଲ୍‌ସୁ ପଟ୍ଟନାୟକ, ରବୀନ୍ଦ୍ର କୁମାର ଓଝା, ବିଶାଲ ପଟ୍ଟନାୟକ, ଶଙ୍କର ପ୍ରସାଦ ରାଓ, ସଞ୍ଜୀବନ ନାୟକ, ସୂର୍ଯ୍ୟପ୍ରାଞ୍ଜଳ ଇନ୍ଦ୍ରଜିତ ଓ ପ୍ରୀୟଂଶ ଦାସ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ସେହିପରି ଜୁନିୟରରେ ସ୍ବସ୍ତିକ, ନିଖିଲ ସାହୁ, ଦେବୀ ପ୍ରସାଦ ନାୟକ ଓ ବିକାଶ କୁମାର ଲେଙ୍କା ୬ ପଏଣ୍ଟ ଲେଖାଏ ପାଇଥିଲେ ହେଁ ପ୍ରଥମରୁ ୪ର୍ଥ ସ୍ଥାନରେ ରହିଛନ୍ତି। ଚାମ୍ପିୟନ ଓ ରନର୍ସଅପ୍‌ ପ୍ରତିଯୋଗୀ ଯଥାକ୍ରମେ ଟ୍ରଫି ସହ ୨୫୦୦ ଓ ୧୫୦୦ ଟଙ୍କା ପୁରସ୍କାରଭାବେ ପାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସାଇ ସୌରଭ ଦାସ, ସ୍ଥିତିପ୍ରଜ୍ଞ ସାହୁ, ସାଇ ସ୍ବରୂପ ମିଶ୍ର, ପି. ସାଇରୂପା, ସୌରଭ କର, ରାଜଭୀର ବି. ପାଲ୍‌ ପ୍ରମୁଖ ଶୀର୍ଷ ୧୦ ସ୍ଥାନ ଅଧିକାର କରିଛନ୍ତି। ଏହା ବ୍ୟତୀତ ୬, ୭, ୮, ୯, ୧୦ ଓ ୧୧ ବର୍ଷରୁ କମ୍‌ ବର୍ଗରେ ଶ୍ରେଷ୍ଠ ୪ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କେ. କେ. ବିଶୋଇ ଶ୍ରେଷ୍ଠ ଭେଟେରାନ, ସୋଭନା ସୋନାଲି ଜେନା ଶ୍ରେଷ୍ଠ ମହିଳା ଓ ଭିନ୍ନକ୍ଷମ ଖେଳାଳି ନିପୁନ ଆଦିତ୍ୟ ମହାନ୍ତିଙ୍କୁ ଟ୍ରଫି ଦିଆଯାଇ ସମ୍ମାନିତ କରାଯାଇଥିଲା। ଇନ୍‌କମ୍‌ ଟ୍ୟାକ୍ସ(ସର୍କଲ-୧, କଟକ) ଡେପୁଟି କମିଶନର ଡ. ଉମାକାନ୍ତ ଧ୍ରୁପତି ମୁଖ୍ୟ ଅତିଥି, ଭାରତ ମସଲାର ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସତ୍ୟରଞ୍ଜନ ପଟ୍ଟନାୟକ, ରଞ୍ଜନ ମହାନ୍ତି, ବିବେକ ତିବରଓ୍ବାଲ, ଆସିତ ମୁଖାର୍ଜୀ, ଶ୍ରୀମନ୍ତ କୁମାର ପଣ୍ଡା, ତାପସ ମହାନ୍ତି, ସନ୍ତୋଷ ପୃଷ୍ଟି, ଫନିନ୍ଦ୍ରନାଥ ମହାନତ୍‌ି, ସୂର୍ଯ୍ୟକାନ୍ତ ବିଷୋଇ, ଜ୍ୟୋତି ପ୍ରକାଶ ମହାପାତ୍ର, ଜୀବନ ବଲ୍ଲଭ ସାମଲ, ଏନ. ସରିଫ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏସ.କେ. ମନସୁର ଅଲୀ ଓ ରାଜେନ୍ଦ୍ର କୁମାର ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Share