କଟକ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଅଗ୍ନିକାଣ୍ଡ

କଟକ ଅଫିସ, ୨୦।୯: ସ୍ଥାନୀୟ ବଜ୍ରକବାଟୀ ରୋଡ଼ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍‌ଏନ୍‌ଏଲ୍‌ ଅଫିସର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌ ହୋଇଯାଇଥିବା ଜଣାପଡ଼ିଛି। ବିଦ୍ୟୁତ୍‌ ସର୍ଟଶର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Share