କଟକ ରେଳ ଷ୍ଟେଶନ ଖାଁ ଖାଁ

କଟକ ଅଫିସ,୨୨।୩: ଜନତା କର୍ଫ୍ୟୁର ପ୍ରଭାବ ରବିବାର କଟକ ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ଟ୍ରେନ ଚଳାଚଳ ବାତିଲ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା। ଏଣୁ ଯାତ୍ରୀମାନେ ଆସି ନ ଥିବାରୁ ଷ୍ଟେଶନ ପରିସର ଖାଁ ଖାଁ ହୋଇପଡ଼ିଛି। ତେବେ କଟକ ଦେଇ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ, ଫଲକନାମା ଏକ୍ସପ୍ରେସ, ଧଉଳି ଏକ୍ସପ୍ରେସ, ହମସଫର ଏକ୍ସପ୍ରେସ ସହ ଅନୁଗୋଳ-ପୁରୀ ମେମୁ, ଇଚ୍ଛାପୁର-କଟକ ମେମୁ, କଟକ-ପାରାଦୀପ ମେମୁ ଟ୍ରେନ ବାତିଲ ହୋଇଯାଇଛି। ଅନ୍ୟପଟେ ରେଳବାଇ ପୋଲିସ ପକ୍ଷରୁ ଷ୍ଟେଶନ ପରିସରରେ ପହରା ଦିଆଯାଉଥିବା ସୂଚନା ମିଳିଛି।

Share