କଟକ ରୋଡ୍‌ରେ ଠପ୍‌ ହୋଇଗଲା ଯାତାୟାତ

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ବର୍ଷା ପାଣି ଜମି ରହିବା ଯୋଗୁ ସବୁଠୁ ଚଳଚଞ୍ଚଳ କଟକ ରୋଡ୍‌ରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲକ୍ଷ୍ମୀସାଗର ଛକ, ବମିଖାଲ ଫ୍ଲାଏ ଓଭର ଓ ଏସ୍‌ପ୍ଲାନେଡ଼ ମଲ୍‌ ସାମ୍ନାରେ ପାଣି ବହୁ ସମୟ ଧରି ଜମି ରହିଥିବା ଫଳରେ ଯାତାୟାତ ଠପ୍‌ ହୋଇଯାଇଥିଲା। ମୁଖ୍ୟ ଡ୍ରେନରୁ ପାଣି ଓଲଟି ଆସି ଆବର୍ଜନା ସହ ରାସ୍ତା ଉପରେ ଭାସୁଥିଲା। ଓଲ୍ଡ ଷ୍ଟେଶନ ବଜାରରୁ ଲକ୍ଷ୍ମୀସାଗର ଛକ ଓ ସନ୍ତୋଷୀ ମା’ ମନ୍ଦିରଠାରୁ ଏସ୍‌ପ୍ଲାନେଡ ଯାଏ ଗାଡ଼ିଗୁଡିକ ଧାଡ଼ିରେ ଅଟକି ରହିଥିଲା।

Share