କଟକ ଅଫିସ,୨୪।୬: କଟକ ସହରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବୁଧବାର କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣଙ୍କୁ ମିଶାଇ କଟକ ସହରାଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ଚିହ୍ନଟଙ୍କ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୩୪ ବର୍ଷୀୟ ପୁରୁଷ। ତାଙ୍କ ଘର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ହୋଇଥିବା ବେଳେ ପୂର୍ବରୁ ସେଠାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସେ ସମ୍ପର୍କୀୟ ବୋଲି ସୂଚନା ମିଳିଛି ।
ସେହି ଭଳି ଆଉ ଜଣେ ଆକ୍ରାନ୍ତ ଘର ରାଣୀହାଟ ଅଞ୍ଚଳରେ। ସେ ମଧ୍ୟ ୩୩ ବର୍ଷୀୟ ପୁରୁଷ। ସେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟ। ୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କ ଚିକିତ୍ସା ଚାଲିଛି। ଜଣଙ୍କର ମୃତ୍ୟୁ ଘଟିଛି।
Posted inଆମ ଜିଲା ଖବର, କଟକ, ରାଜ୍ୟ