କଟକ ସହରରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୧ା୬: ଗୁରୁବାର କଟକ ସହରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୨ ଏବଂ ୩୯ ବର୍ଷୀୟ ବ୍ୟକ୍ତି ଦୁଇଜଣ ମୁମ୍ବାଇରୁ ଫେରିଥିବାବେଳେ ୨୮ ବର୍ଷୀୟ ଯୁବକ ଜଣକ କୋଲକାତାରୁ ଫେରିଥିଲେ। ଏମାନେ ଫେରିବା ଦିନରୁ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଏଥିସହିତ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ସେଥିମଧ୍ୟରୁ ୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share