କଟକ ସହର ପାଇଁ ହେଲ୍ପଲାଇନ ଜାରିକଲା ସିଏମସି

କଟକ ଅଫିସ,୪। ୪- ସଟ୍ ଡାଉନ୍ ଯୋଗୁଁ କଟକ ସହର ସଂପୂର୍ଣ୍ଣ ବନ୍ଦ ରହିଛି। ଘରୁ ନ ବାହାରିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ଆବଶ୍ୟକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛି କଟକ ମହାନଗର ନିଗମ(ସିଏମ୍ସି)। କୌଣସି ପ୍ରକାର ଅସୁବିଧା ହେଲେ ଜଣାଇବା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସହରବାସୀ ୭୦୭୭୭୭୫୫୫୫ କୁ ଯୋଗାଯୋଗ କରିବା ପାଇଁ ସିଏମ୍ସି ତରଫରୁ ନିବେଦନ କରାଯାଇଛି। ଏହା କେବଳ କଟକ ସହର ପାଇଁ ବୋଲି ସୂଚନା ଦିଆଯାଇଛି।