କଟକ ଅଫିସ, ୨୮।୭: କଟକରେ ମଙ୍ଗଳବାର ଆଉ ୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୭ରେ ପହଞ୍ଚିଛି। ସେଥିରୁ ୩୧୪ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪୫୩ ଆକ୍ଟିଭ୍ କେସ୍ ରହିଛି। ସେହିଭଳି ୧୦ଜଣଙ୍କ ମୃତ୍ୟୁ ଘଟିଥିବା ଅପରାହ୍ନରେ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍ରୁ ୧୨ଜଣ, ହୋମ୍ କ୍ୱାରାଣ୍ଟାଇନ୍ରୁ ୨୭, ଲୋକାଲ କଣ୍ଟାକ୍ଟ କେସ୍ ୨ ରହିଛି।
#COVID19 update in Cuttack city (CMC area)
Out of the 60 new COVID-19 +ve cases reported today in #Cuttack district, 41 +ve cases belong to Cuttack city (CMC area).
Another 10 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/0v4XLjnQkj
— CMC,Cuttack (@CMCCuttack) July 28, 2020