Categories: ଜାତୀୟ

କଟେକଲ୍ୟାଣରେ ଡିଆର୍‌ଜି ଯବାନ-ମାଓବାଦୀ ମୁହାଁମୁହିଁ

ରାୟପୁର,୮।୧୦: ଛତିଶଗଡ଼ କଟେକଲ୍ୟାଣରେ ଡିଆର୍‌ଜି ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ଖବର ପାଇ ଡିଆର୍‌ଜି ଯବାନଙ୍କ ପକ୍ଷରୁ ସର୍ଚ୍ଚଅପରେଶନ୍‌ ଆରମ୍ଭ ହୋଇଥିଲା। ଦୁଇପକ୍ଷ ମୁହାଁମୁହିଁ ହେବାପରେ ଗୁଳିଚାଳନା ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

Share