କଟ୍ଟ୍ରେଲଙ୍କୁ ପରିହାସ କଲେ ସାମି

ମାଞ୍ଚେଷ୍ଟର,୨୮।୬(ପିଟି)- ଉଇକେଟ ନେବା ପରେ ଓ୍ବେଷ୍ଟଇଣ୍ଡିଆନ ପେସର ଶେଲଡନ କଟ୍ଟ୍ରେଲ ସର୍ବଦା ସାଲ୍ୟୁଟ କରନ୍ତି, ଯାହାକି ଚଳିତ ବିଶ୍ୱକପ୍‌ରେ ଏକ ଟ୍ରେଣ୍ଡ ପାଲଟିଯାଇଛି। ଏହାଦ୍ୱାରା ସେ ଜାମାଇକାନ ଡିଫେନ୍ସ ଫୋର୍ସ (ଜେଡିଏଫ୍‌) ପ୍ରତି ଶ୍ରଦ୍ଧାଞ୍ଜଳି ଜଣାନ୍ତି। କିନ୍ତୁ ଚଳିତ ବିଶ୍ୱକପ୍‌ରୁ ବହୁ ଖେଳାଳି କଟ୍ଟ୍ରେଲଙ୍କୁ ପରିହାସ କରିବା ଲାଗି ତାଙ୍କ ଭଳି ସାଲ୍ୟୁଟ କରୁଛନ୍ତି। ଓଲ୍ଡ ଟ୍ରାଫୋର୍ଡଠାରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ କଟ୍ଟ୍ରେଲଙ୍କୁ ୩୦ତମ ଓଭରରେ ୟୁଜଭେନ୍ଦ୍ର ଚହଲ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ସେ ପ୍ୟାଭିଲିଅନ ଫେରୁଥିବାବେଳେ ଫିଲ୍ଡିଂ କରୁଥିବା ସାମି ତାଙ୍କ ସାଲ୍ୟୁଟର ନକଲ କରିଥିଲେ। କିଛି ପ୍ରଶଂସକ ସାମିଙ୍କୁ ଏଥିନେଇ ସମାଲୋଚନା କରିବା ସହ ଆର୍ମିଙ୍କୁ ଅପମାନିତ କରିଥିବା କହିଛନ୍ତି। ଏ ସମ୍ପର୍କରେ କଟ୍ଟ୍ରେଲ ହିନ୍ଦୀ ଭାଷାରେ ଟୁଇଟ୍‌ କରିଛନ୍ତି ଯେ, ବହୁତ ମଜା ଲାଗିଲା। ଭଲ ବୋଲିଂ। ନକଲ କରିବା ସବୁଠୁ ବଡ଼ ଚାପଲୁସି। ଉଲ୍ଲେଖଥାଉ କି, ବାମହାତୀ ପେସର କଟ୍ଟ୍ରେଲ ୧୦ ଓଭର ବୋଲିଂ କରି ୫୦ ରନ୍‌ ବ୍ୟୟରେ ୨ ଉଇକେଟ ହାତେଇଥିଲେ।

Share