କଟ୍‌-ଓକେ କହିବେ ଇରା

ଆଉ ଜଣେ ଷ୍ଟାର କିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସଜବାଜ ହେଉଛନ୍ତି। ହେଲେ ସେ ଅଭିନୟ କରିବେ ନାହିଁ। କ୍ୟାମେରା ପଛରେ ରହି ନିଜ ଦାୟିତ୍ୱ ତୁଲାଇବେ। ବିଶେଷଭାବରେ ପ୍ରଯୋଜନା ସହ ନିର୍ଦ୍ଦେଶନା କ୍ଷେତ୍ରରେ କ୍ୟାରିୟର କରିବାକୁ ମାଇଣ୍ଡ ମେକ୍‌ଅପ କରିଛନ୍ତି। ସେ ହେଲେ ଆମୀର ଖଁାଙ୍କ ଝିଅ ଇରା। ‘ମୁଁ ଯେତେବେଳେ ବଲିଉଡ୍‌ରେ ଏଣ୍ଟ୍ରି କରିବା କଥା ପାପାଙ୍କୁ କହିଲି ସେତେବେଳେ ସେ ମୋତେ ଉତ୍ସାହିତ କରିଥିଲେ। ମୁଁ ତ ଆକ୍ଟିଂ କରୁନି। କେବଳ ପ୍ରଯୋଜନା ଏବଂ ନିର୍ଦ୍ଦେଶନା ପ୍ରତି ଗୁରୁତ୍ୱ ଦେବି ବୋଲି କହିଛନ୍ତି ଇରା। ନିକଟରେ ସେ ନିଜର ଏକ ହଟ୍‌ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି।

Share