Categories: ଜାତୀୟ

କଠୁଆ ଗଣ ବଳାତ୍କାର ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଠାନକୋଟ,୧୦।୬: ବହୁ ଚର୍ଚ୍ଚିତ କଠୁଆ ଗଣବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇଛି। ଅଦାଲତ ବଳାତ୍କାର ଓ ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ବେଳେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅନ୍ୟ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଗାଁ ମୁଖିଆ ସାଞ୍ଜି ରାମ, ପରଭେସ କୁମାର ଓ ପୋଲିସ ଅଧିକାରୀ ଦୀପକ ଖଜୁରିଆଙ୍କୁ ଆଜୀବନ କାରାଦଣ୍ଡ ମିଳିଥିବା ବେଳେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଜରିମାନ କରାଯାଇଛି। ସେହିପରି ତିଲକ ରାଜ, ଆନନ୍ଦ ଦତ୍ତ ଓ ସୁରେନ୍ଦ୍ର ବର୍ମାଙ୍କୁ ୫ ବର୍ଷ ଲେଖାଁ ଜେଲ ଦଣ୍ଡରେ ଦଣ୍ଡିତ କରାଯିବା ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, କୋର୍ଟ ପୂର୍ବରୁ ଏହି ବଳାତ୍କାର ଓ ହତ୍ୟା ମାମଲାରେ ୭ ଜଣଙ୍କ ମଧ୍ୟରୁ ପଠାନକୋଟ କୋର୍ଟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Share