Categories: ଜାତୀୟ

କଠୋର ହେଲେ ସୁପ୍ରିମକୋର୍ଟ: ମାଗିଲେ ନଡ଼ା ଜଳାଉଥିବା ଲୋକଙ୍କ ତାଲିକା

ନୂଆଦିଲ୍ଲୀ,୪।୧୧: ରାଜଧାନୀରେ ଭୟଙ୍କର ରୂପ ନେଉଛି ପ୍ରଦୂଷଣ। ଏହି ମାମଲାରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୋମବାର ଦିଲ୍ଲୀରେ ବ୍ୟାପୁଥିବା ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ ଟିପ୍ପଣି ରଖି କେନ୍ଦ୍ର ଓ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପ୍ରତିବର୍ଷ ଦିଲ୍ଲୀରେ ଶ୍ୱାସରୁଦ୍ଧ ହେଉଛି ହେଲେ ଆମେ କିଛି କରିପାରୁନାହୁଁ। କେନ୍ଦ୍ର ହେଉ କି ରାଜ୍ୟ ତୁରନ୍ତ ଏହାର ସମାଧାନ କର। କୃଷକମାନେ କାହିଁକି ନଡ଼ା ପୋଡୁଛନ୍ତି, ଏଥିପାଇଁ ପଞ୍ଜାବ ସରକାର ସେମାନଙ୍କ ସହ କଥା ହୋଇଛନ୍ତି କି ଏବଂ ଏନେଇ କୌଣସି ପଦକ୍ଷେପ ନେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ ନଡ଼ା ପୋଡାଯାଉଥିବାକୁ ନେଇ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ଓ ଏଥିରେ ସଂପୃକ୍ତି ଥିବା ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଉ। ଲୋକଙ୍କୁ ବଞ୍ଚିବାର ଅଧିକାର ରହିଛି, ହେଲେ ଗୋଟିଏ ପଟେ ନଡ଼ା ଜଳୁଛି ଅନ୍ୟପଟେ ଏହା ମନୁଷ୍ୟର ବଞ୍ଚିବାର ଅଧିକାରକୁ ଛଡ଼ାଇ ନେଉଛି ବୋଲି କୋର୍ଟ କହିଛନ୍ତି।

Share