କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ: ବାଲୁକାକଳାରେ ସଚେତନତାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୮।୨: ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହା ପୂର୍ବରୁ ବାଲୁକାକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ। ହେଲମେଟ୍‌ ବ୍ୟବହାର କରନ୍ତୁ। ଏଥିସହ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ବ୍ୟବହାର କରନ୍ତୁ ବୋଲି ସୁଦର୍ଶନ ବାର୍ତ୍ତା ଦେଇ କହିଛନ୍ତି।

ରାଜ୍ୟ ସରକାର ପୂର୍ବରୁ ଟ୍ରାଫିକ୍‌ ନିୟମକୁ ନେଇ ଅସନ୍ତୋଷ ଏବଂ ଆର୍‌ଟିଓରେ ଭିଡକୁ ଦେଖି ଦୁଇଥର ନିୟମ କୋହଳ କରିଥିଲେ। ଏବେ କୋହଳ ଅବଧି ସରିବା ଲାଗି ଅଳ୍ପ ଦିନ ବାକି ଅଛି। ମାର୍ଚ୍ଚ ପହିଲାରୁ ନିୟମ କଡ଼ାକଡ଼ି କରାଯିବା ସହ ଜରିମାନା ଆଦାୟ କରାଯିବ। ଏଥର ନିୟମ ଭାଙ୍ଗିଲେ ଚାଳକଙ୍କୁ ତ୍ରାହି ନାହିଁ। ଖିଲାପକାରୀଙ୍କୁ ଜରିମାନା ସହ ଲାଇସେନ୍ସ ରଦ୍ଦ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ।

Share