Categories: ଜାତୀୟ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି ରହିଛି। ଆସାମର ୫, ବିହାର ୫, ଛତିଶଗଡ଼ ୩, ଜମ୍ମୁ ଓ କଶ୍ମୀର ୨, କର୍ନାଟକ ୧୪ , ମହାରାଷ୍ଟ୍ର ୧୦, ମଣିପୁର ୧, ଓଡ଼ିଶା ୫, ତାମିଲନାଡ଼ୁ ୩୮, ଉତ୍ତରପ୍ରଦେଶର ୮, ପଶ୍ଚିମବଙ୍ଗ ୩ ଏବଂ ପୁଡୁଚେରୀର ଗୋଟିଏ ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ରାଜ ବବ୍ବର, ହେମାମାଳିନୀ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରମୁଖ ହେଭିଓ୍ବେଟ ନେତା ମଇଦାନରେ ରହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡୁର ଭେଲୋରରେ ଅର୍ଥବଳର ପ୍ରୟୋଗ ହେଉଥିବା ଜଣାପଡିବା ପରେ ସେଠାରେ ମତଦାନ ବାତିଲ କରାଯାଇଛି। ଅପରପକ୍ଷରେ ଆଇନଶୃଙ୍ଖଳା ଦୃଷ୍ଟିରୁ ପୂର୍ବ ତ୍ରିପୁରା ଆସନରେ ମତଦାନ ତୃତୀୟ ପର୍ଯ୍ୟାୟରେ କରାଯିବାକୁ ସ୍ଥିର ହୋଇଛି। ଏଠାରେ ଏପ୍ରିଲ ୨୩ରେ ମତଦାନ କରାଯିବ।

Share