Advertisement

କଡା ସୁରକ୍ଷା ବଳୟରେ ଭୋଟିଂ ମେଶିନ

ଆଠମଲ୍ଲିକ,୨୬।୩(ଡି.ଏନ.ଏ.)- ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ତେବେ ପ୍ରଶାସନ ତଥା ରିଟର୍ନିଂ ଅଫିସରଙ୍କ  ତତ୍ତ୍ୱାବଧାନରେ ସ୍ଥାନୀୟ ମହାବିଦ୍ୟାଳୟ ପରିସର ଷ୍ଟ୍ରଙ୍ଗ୍‌ ରୁମରେ ଇଭିଏମ ଓ ଭିଭିପିଏଟି ମେଶିନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଏଥିରେ  ୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ରହିଥିବାବେଳେ ସିଆର୍‌ପିଏଫ ଓ ଓଡ଼ିଶା ପୋଲିସର କର୍ମଚାରୀମାନେ ଏହା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ଏହାସହିତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ମୁତୟନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଷ୍ଟ୍ରଙ୍ଗ ରୁମ ଭିତରେ ସିସିଟିଭିର ବ୍ୟବସ୍ଥା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share