Categories: ପୁରୀ

କଣାସ ବ୍ଲକରେ ୩ ମାସର ରାଶନ ଚାଉଳ ବଣ୍ଟନ

କଣାସ,୩।୨୦(ସ୍ବ.ପ୍ର.)- ମହାମାରୀ କରୋନା ସଂକ୍ରମଣ ମୁକାବିଲା ଲାଗି ସରକାର ଲକଡାଉନ ଘୋଷଣା ପରେ ଅଧିକାଂଶ ଗରିବ ଲୋକେ ରୋଜଗାର ବାଟ ବନ୍ଦ ସହ ଖାଦ୍ୟ ଯୋଗାଡ଼ କରିବାରେ ଅସହାୟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗରିବ ଓ ଭତ୍ତା ପାଉଥିତ୍ବା ହିତାଧିକାରୀଙ୍କ ପାଇଁ ଆଗୁଆ ୪ମାସର ଭତ୍ତା ଓ ୩ମାସର ଡାଲି, ଚାଉଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ପୁରୀ ଜିଲା କଣାସ ବ୍ଲକରେ ଭତ୍ତା ବଣ୍ଟନ ସରିଯିବାପରେ ବର୍ତ୍ତମାନ ୪ଦିନ ହେଲା ୩ମାସର ରାଶନ ଚାଉଳ ଦିଆଚାଲିଛି। ଶୁକ୍ରବାର ସୁଦ୍ଧା ୨୮ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୧୭ଟି ପଞ୍ଚାୟତରେ ରାଶନ ଚାଉଳ ଦିଆଯିବା କାର୍ଯ୍ୟ ଶେଷ ହେଉଥିବାବେଳେ ବାକି ଥିବା ୧୧ଟି ପଞ୍ଚାୟତରେ ୫ତାରିଖ ସୁଦ୍ଧା ରାସନ ଚାଉଳ ଯୋଗାଇ ଦିଆଯିବ ବୋଲି କଣାସ ବ୍ଲକ ଯୋଗାଣ ନିରୀକ୍ଷିକା ପ୍ରିୟମ୍ବଦା ବେହେରା ପ୍ରକାଶ କରିଛନ୍ତି।