କଣିହାଁରେ ପ୍ରତିଷ୍ଠା ହେବ ଜେଏମ୍‌ଏଫ୍‌ସି

କଣିହାଁ, ୪ା୨(ଡି.ଏନ.ଏ.)

ଅନୁଗୋଳ ଜିଲା କଣିହାଁ ବ୍ଲକରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫସି) ପ୍ରତିଷ୍ଠା ହେବ। ଏ ନେଇ ସୋମବାର ଅପରାହ୍ନ ୫ଟାରେ ଜିଲା ଦୌରାଜଜ୍‌ ଅଶାନ୍ତ କୁମାର ଦାସ କଣିହାଁ ପରିଦର୍ଶନରେ ଆସି ଏହି ସୂଚନା ଦେଇଛନ୍ତି। କୋର୍ଟର ନୂତନ କୋଠା ନିର୍ମାଣ ପାଇଁ ତହସିଲ ତରଫରୁ ୨ ଏକରରୁ ଅଧିକ ଜାଗା ଚିହ୍ନଟ କରାଯାଇଛି। ଏହି କାର୍ଯ୍ୟ ବର୍ଷେ ମଧ୍ୟରେ ଶେଷ ହେବ। ତେବେ ବର୍ତ୍ତମାନ କଣିହାଁ ଡାକବଙ୍ଗଳା ତଥା ପୁରୁଣା ତହସିଲ କାର୍ଯ୍ୟାଳୟଠାରେ କୋର୍ଟ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ଜିଲା ଦୌରାଜଜ୍‌ଙ୍କ ସହ ତହସିଲଦାର ଅଂଶୁମାନ ଶତପଥୀ, ବିଡିଓ ରମେଶ କୁମାର ଜେନା, ଆଇନଜୀବୀ ତ୍ରିପୁରାରୀ ପ୍ରଧାନ, ଡାକ୍ତର ବେହେରା ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ଭିତ୍ତିଭୂମି ପାଇଁ ପୁରୁଣା କୋଠାର ମରାମତି ସହ ନବୀକରଣ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରାଯାଇ ଆସନ୍ତା ଏପ୍ରିଲ ସୁଦ୍ଧା ନ୍ୟାୟାଳୟ ଚାଲିବ ବୋଲି ସ୍ଥିର ହୋଇଛି। ଏହା ପୂର୍ବରୁ କାର୍ଯ୍ୟ ଶେଷ ହୋଇପାରିଲେ କୋର୍ଟ ଚାଲିବ ବୋଲି ଜିଲା ଦୌରାଜଜ୍‌ ପ୍ରକାଶ କରିଛନ୍ତି।

Share