କଣ୍ଟାପଡ଼ାକୁ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି ୯୩୫ ପ୍ରବାସୀ, ପ୍ରଥମ ପର୍ଯ୍ୟାୟରେ ଫେରିଲେ ୧୨ ଜଣ

କଣ୍ଟାପଡ଼ା,୧୧ା୫(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାରାଦେଶରେ କାର୍ଯ୍ୟରତ ଶ୍ରମିକଙ୍କ ଘରବାହୁଡ଼ା ଜାରିରହିଛି। ରବିବାର ରାତିରେ ସୁରଟରେ କାମ କରୁଥିବା କଟକ ଜିଲା କଣ୍ଟାପଡ଼ା ବ୍ଲକର ଶ୍ରମିକ ଘରକୁ ଫେରିଛନ୍ତି। କଣ୍ଟାପଡ଼ା ବ୍ଲକ ପ୍ରଶାସନ ଉକ୍ତ ପ୍ରବାସୀଙ୍କୁ ଜଟଣୀ ରେଳ ଷ୍ଟେଶନରୁୁ ଗାଡ଼ି ଯୋଗେ କଣ୍ଟାପଡ଼ାକୁ ଆଣିବା ପରେ ସେମାନଙ୍କ ମଧ୍ୟରୁ ଅଡ଼ଶପୁର କ୍ୱାରାଣ୍ଟାଇନ ସେଣ୍ଟରକୁ ୪ଜଣ, ଉତ୍ତାରଣକୁ ୩, କଣ୍ଟାପଡ଼ାକୁ ୨, ବଡ଼ପାଟସୁନ୍ଦରପୁର, ବ୍ରାହ୍ମଣସାଇଲୋ ଓ ଝାରପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଜଣେ ଲେଖାଏ ପ୍ରବାସୀଙ୍କୁ ପଠାଇ ଦିଆଯାଇଛି। କଣ୍ଟାପଡ଼ା ବ୍ଲକକୁ ଫେରିବା ପାଇଁ ୯୩୫ ଜଣ ପ୍ରବାସୀ ନାମ ପଞ୍ଜୀକରଣ କରିଥିବାବେଳେ ସୋମବାର ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୧୨ ଓଡ଼ିଆ ଫେରିଥିବା ଜଣାପଡ଼ିଛି। ଅଧିକାଂଶ କ୍ୱାରାଣ୍ଟାଇନ୍‌ ସେଣ୍ଟର ଜନବସତି ଅଞ୍ଚଳରେ ହୋଇଥିବାରୁ ଏହି କେନ୍ଦ୍ର ଉପରେ ପ୍ରଶାସନ କଡ଼ା ନଜର ଦେବାକୁ ସାଧାରଣରେ ଦାବି ହେଉଛି।

Share