କଣ୍ଟାବାଞ୍ଜିରେ ୧୨୮ଖଣ୍ଡ ଭୋଟର ଥ୍ରୀଲିଙ୍ଗ୍‌ ଭିକ୍ଟ୍ରି

ବଲାଙ୍ଗୀର ଅଫିସ, ୨୬।୫: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୨୮ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ବିଜୟୀ ହୋଇଛନ୍ତି। ସେ ୬୪,୨୪୬ ଖଣ୍ଡ ଭୋଟେ ପାଇଥିତ୍ବାବେଳେ ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ୬୪,୧୧୮ ଖଣ୍ଡ ଭୋଟ ପାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଚାଲିଥିଲା। ତେବେ ଶେଷରେ ୧୨୮ ଖଣ୍ଡର ଥ୍ରୀଲିଙ୍ଗ ଭିକ୍ଟ୍ରିରେ ସନ୍ତୋଷ ସିଂ ସାଲୁଜା ବାଜି ମାରି ନେଇଥିଲେ। ଏହି ଭୋଟ ବ୍ୟବଧାନକୁ ଓଡିଶାର ସର୍ବନିମ୍ନ ଭୋଟ ବ୍ୟବଧାନ ଭାବେ ଗଣାଯାଉଛି।