Categories: ଫୁରସତ

କଣ୍ଟାର ଶେଯରେ ୯ ଭୀଷ୍ମ

ମହାଭାରତରେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥିଲେ। ଏହା ଉପରେ ଥାଇ ବି ସେ ଅନେକ ଦିନ ଜୀବିତ ଥିଲେ। କାରଣ ତାଙ୍କୁ ଇଚ୍ଛାମୃତ୍ୟୁର ବରଦାନ ମିଳିଥିଲା। ଏ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି। ତେବେ ଏଇ ଯୁଗରେ ବି ସେମିତି ୯ ଜଣ କଣ୍ଟାର ଶଯ୍ୟାରେ ଶୋଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେପୁଣି ଜଣକ ଉପରେ ଜଣେ ଥାକ ଥାକ ହୋଇ କଣ୍ଟାର ଶେଯରେ ଶୋଇଥିଲେ। ପ୍ରଥମେ ତଳେଥିବା ବ୍ୟକ୍ତି କଣ୍ଟାର ଶେଯରେ ଶୋଇଥିଲେ। ଏହାପରେ ତାଙ୍କ ଛାତି ଉପରେ ରଖାଯାଇଥିଲା ଆଉ ଏକ କଣ୍ଟାର ଶଯ୍ୟା, ଯାହା ଉପରେ ଆଉ ଜଣେ ବ୍ୟକ୍ତି ଶୋଇଲେ। ଏମିତିଭାବେ ପ୍ରତ୍ୟେକଙ୍କ ଛାତି ଉପରେ ଥିବା କଣ୍ଟାର ଶେଯ ଜଣ ଜଣ କରି ୯ ଜଣ ଥାକ ଥାକ ହୋଇ ଶୋଇଥିଲେ। ୨୦୧୯, ଅକ୍ଟୋବର ୨୩ରେ ସୁରଟର ଭିସ୍ପି ଖରଡି ଓ ତାଙ୍କର ୮ ଜଣ ସାଥୀ ଉକ୍ତ ଦୁଃସାହସିକ ଷ୍ଟଣ୍ଟ କରି ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ। ଏଥିରେ ବ୍ୟବହୃତ କଣ୍ଟା ଏକ ଇଞ୍ଚର ଥିଲା।

Share