ବେଙ୍ଗାଲୁର, ୧୪।୬: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁସାରେ ବେଙ୍ଗାଲୁର୍ ସହରରେ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ବନ୍ଦ କରାଯିବ। ଏହା ବଦଳରେ ପ୍ରଭାବିତ ହୋଇଥିବା ଘରକୁ ସିଲ୍ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା କୌଣସି ଏକ ନିଦ୍ଦିଷ୍ଟ ଅଞ୍ଚଳର ଆର୍ଥିକ କାରବାର ଉପରେ ପ୍ରଭାବ ପଡ଼ିବାର ଆଶଙ୍କା କମ୍ ରହିବ ବୋଲି କୁହାଯାଉଛି। ଏନେଇ ଖୁବ୍ ଶୀଘ୍ର ବୃହତ୍ ବେଙ୍ଗାଲୁର ମହାନଗର ପାଳିକା ପକ୍ଷରୁ ନିର୍ଦ୍ଦେଶ ଜାରି କରାଯିବ। ସହରର ସମସ୍ତ ଓ୍ବାର୍ଡରେ ଏହି ନିୟମ ଲାଗୁ କରାଯିବାର ଯୋଜନା ରହିଛି।