କଣ୍ଟେନମେଣ୍ଟ ଜୋନ୍‌ରେ ମାସ୍କ ବଣ୍ଟନ ସହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଯାନ ବ୍ୟବସ୍ଥା

ଭଣ୍ଡାରିପୋଖରୀ, ୨୮।୪ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକର ଦୁଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ରହଣିଆ ଓ ତେସିଙ୍ଗା ପଞ୍ଚାୟତକୁ ବିଧାୟକ ପ୍ରଫୁଲ ସାମଲ ବ୍ୟକ୍ତିଗତ ଭାବେ ଦଶ ହଜାର ମାସ୍କ ସହ ରୋଗୀ ମାନଙ୍କୁ ନେବା ଆଣିବା କରିବାକୁ ଗୋଟିଏ ସ୍ବତନ୍ତ୍ର ଯାନର ବ୍ୟବସ୍ଥା କରିଛନ୍ତି। ଉଭୟ ମାସ୍କ ଓ ଯାନ ସ୍ଥାନୀୟ ବିଡିଓଙ୍କୁ ପ୍ରଦାନ କରାଯାଇଛି। ବିଡିଓ ଉମେଶ ଚନ୍ଦ୍ର ମଲିକ, ତେସିଙ୍ଗା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଖଣ୍ଡାଇ ଓ ରହଣିଆ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ବିରେନ୍ଦ୍ର ନାୟକଙ୍କୁ ମାସ୍କ ବିତରଣ ପାଇଁ ହସ୍ତାନ୍ତର କରିଥିବା ଜଣାଯାଇଛି।