Categories: Video

କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ

ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୩୮ରେ ଏହା ସ୍ପଷ୍ଟ କରାଯାଇଛି। ଆଗାମୀ ୭ ଦିନ ଯାଏ ଉପରୋକ୍ତ ୩ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ନିରନ୍ତର ସେବା ଯୋଗାଇ ଦିଆଯିବ।