କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ହଟିଲା ପଟାପୋଲ

କଟକ ଅଫିସ୍‌,୧୩ା୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ପଟାପୋଲ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ତେବେ ପ୍ରଥମ ଆକ୍ରାନ୍ତ ସୁସ୍ଥ ହେବା ସହ ଅଞ୍ଚଳରୁ ସଂଗୃହୀତ ହୋଇଥିବା ସମସ୍ତ ନମୁନା ନେଗେଟିଭ୍‌ ବାହାରିଛି। ଏଣୁ ରବିବାର ସନ୍ଧ୍ୟାରେ ପଟାପୋଲକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ହଟାଯାଇଛି ବୋଲି କଟକ ମହାନଗର ନିଗମ (ସିଏମ୍‌ସି) କମିଶନର୍‌ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ତେବେ ଲକ୍‌ଡାଉନ୍‌ କଟକଣା ଜାରି ରହିବ ବୋଲି ସେ କହିଛନ୍ତି। କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହେବା ପରେ ଉକ୍ତ ଅଞ୍ଚଳ ବିଶୋଧନ କରାଯିବା ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Share