କଣ୍ଟ୍ରୋଲ+ସି, କଣ୍ଟ୍ରୋଲ+ଭିର ଜନକ ଲାରି ଟେସଲରଙ୍କ ପରଲୋକ

ଓ୍ବାଶିଂଟନ,୨୦।୨: ବିଶ୍ୱରେ ଯେଉଁମାନେ କମ୍ପ୍ୟୁଟରର ବ୍ୟବହାର କରିଛନ୍ତି ସମସ୍ତେ କଣ୍ଟ୍ରୋଲ+ସି ଓ କଣ୍ଟ୍ରୋଲ+ଭିର ବ୍ୟବହାର ନିଶ୍ଚିତ ଭାବେ ଜାଣିଥିବେ। କାରଣ କମ୍ପ୍ୟୁଟର ବ୍ୟବହାର ସମୟରେ ଏହି ଦୁଇଟି ‘କି’ର ବ୍ୟବହାର ବହୁଳ ଭାବେ ହୋଇଥାଏ। ତେବେ ଏହି ୨ଟି ‘କି’ର ଆବିଷ୍କାର କରିଥିବା ସପ୍ଟଓ୍ବେୟର ଇଞ୍ଜିନିୟର ଲାରି ଟେସଲର(Larry Tesler)ଙ୍କ ୭୪ ବର୍ଷ ବୟସରରେ ପରଲୋକ ହୋଇଛି। ସୂଚନାଯୋଗ୍ୟ, ଲାରି ଟେସଲର ୧୯୬୦ରେ ଆମେରିକାର ସିଲିକନ ଭ୍ୟାଲିରେ ସପ୍ଟଓ୍ବେୟର ଇଞ୍ଜିନିୟର ଭାବେ କାମ ଆରମ୍ଭ କରିଥିଲେ। ସେ ତାଙ୍କ କାମକୁ ସହଜ କରିବାକୁ କଣ୍ଟ୍ରୋଲ+ସି ଓ କଣ୍ଟ୍ରୋଲ+ଭି ଆବିଷ୍କାର କରିଥିଲେ। ପ୍ରଥମେ ପ୍ରଥମେ ସେ ଜେରକ୍ସ କମ୍ପାନୀରେ କାମ କରୁଥିବା ବେଳେ ସେତେବେଳେଠାରୁ ସେ କଣ୍ଟ୍ରୋଲ+ସି ଓ କଣ୍ଟ୍ରୋଲ+ଭିକୁ କିଭଳି ବ୍ୟବହାର କରିହେବ ତାହା ଖୋଜୁଥିଲେ ବୋଲି କୁହାଯାଏ।

Share