କ’ଣ କରୁଛନ୍ତି ଇଲିଆନା

ଇଲିଆନା ଡି’ କ୍ରୁଜ ଏବେ କ’ଣ କରୁଛନ୍ତି ? ଯେହେତୁ ଏବେ ହାତରେ ସିନେମା ନାହିଁ ତେଣୁ ସେ ଗୋଟିଏ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି। ସେ ବର୍ତ୍ତମାନ ମାଇଣ୍ଡ ଫ୍ରେଶ କରିବାକୁ ଫରେନ୍‌ ଟୁର୍‌ରେ ଅଛନ୍ତି। ଅର୍ଥାତ୍‌, ପାଖାପାଖି ତିନି ସପ୍ତାହ ପର୍ଯ୍ୟନ୍ତ ସେ ବିଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବେ। ଏ ସମ୍ପର୍କରେ ଇଲିଆନା କହନ୍ତି, ‘ଏବେ ମୋତେ ଟିକେ ଶୁଟିଂରୁ ଫୁରସତ ମିଳିଛି। ତେଣୁ ସେହି ସମୟରେ ମୁଁ ବିଭିନ୍ନ ଟୁରିଷ୍ଟ ସ୍ପଟ୍‌ ବୁଲିବାକୁ ସ୍ଥିର କରିଛି। ଏହି ସମୟ ଭିତରେ ମୁଁ ସେପରି ଜାଗା ବୁଲିବା ସହ ସେହି ସ୍ଥାନର ଇତିହାସ ବିଷୟରେ ଜାଣିବି। କାରଣ ଦର୍ଶନୀୟ ସ୍ଥାନ ବିଷୟରେ ଜ୍ଞାନ ଆହରଣ କରିବା ମୋର ଷ୍ଟୁଡେଣ୍ଟ କ୍ୟାରିୟରରୁ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ବାକି ରହିଲା କ୍ୟାରିୟର କଥା। ବଲିଉଡ୍‌ରେ ମୋ କ୍ୟାରିୟରକୁ ନେଇ ମୁଁ ବେଶ୍‌ ସଚେତନ। ତେଣୁ କୌଣସି ସିନେମା ସାଇନ୍‌ କରିବା ପୂର୍ବରୁ ଶହେ ଥର ଚିନ୍ତା କରବି।’

Share