Categories: ଫୁରସତ

କଥାରୁ ମୁହଁର ଆକୃତି ଜାଣି ହେଉଛି

ମାସାଚ୍ୟୁସେଟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ସ ଅଫ୍‌ ଟେକ୍‌ନୋଲୋଜି(ଏମ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଆର୍ଟିଫିସିିଆଲ ଇଣ୍ଟେଲିଜେନ୍ସି ଲାବୋରେଟୋରି (ସିଏସ୍‌ଏଆଇଏଲ୍‌)ଏକ ଆର୍ଟିଫସିିଆଲ କେବୁଲ ବିକାଶ କରିଛି। ଏହାଦ୍ୱାରା ବ୍ୟକ୍ତିର ସ୍ବରର ଅଡିଓ କ୍ଲିପ୍‌ରୁ ମୁହଁର ଆକୃତି ଜଣାପଡୁଛି। ଏହି ତଥ୍ୟ ପ୍ରି-ପ୍ରିଣ୍ଟ୍‌ ସର୍ଭର୍‌ ରିର୍ପୋର୍ଟରେ ପ୍ରକାଶ ପାଇଛି। ମସ୍ତିଷ୍କର ସ୍ନାୟବିକ ଗଠନଶୈଳୀ( ନ୍ୟୁରାଲ ନେଟ୍‌ଓ୍ବାର୍କ)ରେ ନିର୍ମିତ ଏହି କେବଲକୁ ସ୍ପିଚ୍‌-ଟୁ-ଫେଶ୍‌ କୁହାଯାଉଛି। ମଣିଷର ମସ୍ତିଷ୍କ ଯେପରି କାମ କରେ ଓ ଜାଣିପାରେ ସେଭଳି ଗାଣିତିକ ସମସ୍ୟାର ସମାଧାନ କରିବା ଭଳି ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହାକୁ ନିର୍ମାଣ କରାଯାଇଛି। ଏହି ପଦ୍ଧତିରେ ସ୍ପିଚ୍‌-ଟୁ-ଫେଶ୍‌ର ଆଲ୍‌ଗୋରିଦିମ ଟେକ୍‌ନିକ୍‌ ଡାଟାସେଟ୍‌ ଉପଯୋଗ କରି ପ୍ରାୟ ୧ ଲକ୍ଷ ଲୋକଙ୍କ କଥାକୁ ନେଇ ସଫଳ ପ୍ରଯୋଗ କରିସାରିଛି। କଥା କହିବା ସମୟରେ ମୁହଁର ବିଭିନ୍ନ ଅଂଶରେ କିଛି ପରିବର୍ତ୍ତନ ହୋଇଥାଏ। କିଛି କହିବା ସମୟରେ ଏହିିସବୁ ପରିବର୍ତ୍ତନକୁ ସ୍ପିଚ୍‌-ଟୁ-ଫେଶ୍‌ ଲକ୍ଷ୍ୟକରି ମୁହଁର ଆକୃତି ଆଣିପାରୁଛି।

Share