କଥାରେ ଆଦିବାସୀ ଅଂଚଲର ବିକାଶ: ମଉଲିକ୍‌ ସୁବିଧାରୁ ବଁଚିତ୍‌ କୋଲପଡ଼ାବାସୀ

 

ଲାଠୋର, ୧।୨ (ଡି.ଏନ୍‌.ଏ.)-
ସରକାର ଆଦିବାସୀ ଅଧୁଷିତ ଅଂଚଲର ବିକାଶ ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଦେଖ୍‌ବାକେ ଗଲେ ଅନେକ ଜାଗାରେ ସରକାରୀ ବିକାଶ କାଗଜ କଲମଥି ରହିଯାଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଁଚେତ୍‌ ଅଧୀନ କୋଲପଡ଼ା(ମକ୍ରିଆପଡ଼ା)ରେ।
ସୂଚନା ଅନ୍‌ସାରେ କୋଲପଡ଼ାରେ ୨୧ ଆଦିବାସୀ ପରିବାର, ଦୁଇ ଦଲିତ ପରିବାର ଆର ଗୁଟେ ଉନିଆ ପରିବାରର ପାଖାପାଖି ୧ଶହରୁ ଅଧ୍‌କା ଲୋକ୍‌ ବାସ୍‌ କରୁଛନ୍‌। ଇ ଆଦିବାସୀ ପରିବାରମାନେ ପୂରାପୂରି ଜଂଗଲ ଉପରେ ନିରଭର କରି ଚଲୁଛନ୍‌। ବାଉଁଶରେ ଭୁଗାଟୁପା, ଚାଲ, କୁଲା, ଟୁପଲି, ଡଲା, ଲୁଦର ତିଆର କରି ବଜାରମାନକୁ ବିକାଭଂଗା କରି କୁଟୁମ ପୁଷୁଛନ୍‌। ସେନ୍‌ତା ଆରକେତେ ପରିବାର ରାଏଜ୍‌ ବାହାରକେ ଦାଦନ ଯାଇ ପେଟ୍‌ ପାଲୁଛନ୍‌। ପଡ଼ାର ୮ଟା ପରିବାର ଆବାସ ଯୋଜନାରେ ଘର ପାଇଥିଲାବେଲେ ବାକି ସବୁ ପରିବାର ଚାଲଛପର ଘରମାନ୍‌କେ ମୁଡ଼ ଗୁଁଜିଛନ୍‌। ସେନ୍‌ତା ପଡ଼ାର ଲତା ମାଝି, ବୁଡ଼ୁ ମାଝି, ଦଶରଥ ମାଝି, ଇନ୍ଦ୍ର ମାଝି ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ପଡ଼ାରେ ଲୁକ୍‌କର ପିଲା ପାଏନ୍‌ ସୁବିଧା ଲାଗି ଦୁଇଟା ନଲ୍‌ଚୁଅଁା ରହିଛେ। ହେଲେ ସେଥ୍‌ରୁ ଗୁଟେ ଅଚଲ ହେଇ ପଡ଼ିଥିଲାବେଲେ ଗୁଟେ ନଲ୍‌ଚୁଅଁାର ପାଏନ୍‌ ପଡ଼ାବାସୀକୁ ନିଅଁଟ ହେଉଛେ। ଆଗ୍‌କେ ଖରାଦିନ ମାଡ଼ି ଆସୁଥିଲାବେଲେ ପଡ଼ାବାସୀକୁ ଏଭ୍‌ଠାନୁ ପିଇଲା ପାଏନ୍‌ ଚିନ୍‌ତା ଘାରିଛେ। କୋଲପଡ଼ାକେ ଯିବାର ଆଏବାର ଲାଗି ଫିଦିନିଅଁା ରାସ୍‌ତା ନଁାଇଁନ। ଏନ୍‌ତାଥି ପଡ଼ାର ପିଲାମାନେ ପାସର ନଏଦ୍‌ ଡେଗି ୪ କି.ମି. ଦୂରିଆ ସୁନାମୁଦି ଗଁାକେ ପାଠ୍‌ପଢ଼ି ଯାଉଛନ୍‌। ବରଷା ଦିନେ ପଡ଼ାବାସୀ ବଡ଼ଭାରି ଅସ୍‌ବିଧାର ସାମନା କରୁଛନ୍‌। ଲୁକ୍‌କର ସୁବିଧା ଲାଗି ନଏଦ୍‌ ଉପରେ ଗୁଟେ ପୁଲିଆ ତିଆରବାର ଜାଗାରେ ନଏଦ୍‌ ବାହାରକେ ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ଗୁଟେ କଲଭର୍ଟ ତିଆର କରାଯିବାରଟା ନିହାତି ଦୁଖର କଥା ବଲି ପଡ଼ାବାସୀ କହିଛନ୍‌। ପଡ଼ାରେ ଗୁଟେ ମିନି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ। କେନ୍ଦ୍ରର ଲାଗି ଲକ୍ଷାଧିକ୍‌ ଟଁକାରେ ଘର ବି ତିଆରି ଚାଲିଛେ। ହେଲେ ସେଟା ସଂରକ୍ଷିତ ଜଂଗଲ ଜମିରେ ହେଉଥିବାର ଲାଗି ବନ ବିଭାଗ କାମ୍‌ ବଁଦ୍‌ କରିଦେଇଛେ। ଏନ୍‌ତାଥି ଛୁଆମାନେ ପରହର ବାରନ୍‌ଡ଼ାରେ ବସି ପାଠ୍‌ପଢ଼ୁଛନ୍‌। ଇଆଡ଼େ ସରକାର ଆଦିବାସୀକଁର ବିକାଶର କଥା କହୁଥିଲାବେଲେ ଇଟା ହେଉଛେ ନିଛକ ସତ୍‌ ବଲି ପଡ଼ାବାସୀ ଅଭିଯୋଗ କରିଛନ୍‌। ଜିଲା ପରଶାସନ ପଡ଼ାକେ ପରିଦରଶନରେ ଆସି ଲୁକ୍‌କର ସୁବିଧା ଅସ୍‌ବିଧା ଦେଖି ପଦକ୍ଷେପ ନେବାକେ ପଡ଼ାବାସୀ ଦାବି କରିଛନ୍‌।

Share