କଥା ବଦଳାଇଲେ ସୁର: କହିଲେ ‘ବିରୋଧୀ ଦଳ କଂଗ୍ରେସ ଭବନକୁ ବାଉନ୍ସର ପଠାଇଥାଇପାରନ୍ତି’

ଭୁବନେଶ୍ୱର,୨୧।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣାକୁ ପ୍ରଥମେ ବିଧାୟକ ସୁର ରାଉତରାୟ ତୀବ୍ର ବିରୋଧ କରିଥିବା ବେଳେ ମଙ୍ଗଳବାର ନିଜ କଥାକୁ ବଦଳାଇଛନ୍ତି। ପ୍ରସଙ୍ଗରେ ପୁଣି ଥରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, କିଏ ବାଉନ୍ସର ପଠାଇଲା ତାହା ଜାଣିନାହିଁ। ବିରୋଧୀ ଦଳ ସେମାନଙ୍କୁ ପଠାଇଥାଇପାରନ୍ତି। ଦଳକୁ ବଦନାମ କରାଯାଇଛି ବୋଲି ସେ କହିଛନ୍ତି।
ପୂର୍ବରୁ ସୁର ବରିଷ୍ଠ ନେତାମାନଙ୍କୁ ସମାଲୋଚନା କରି କହିଥିଲେ ଯେ, ଦଳୀୟ କାର୍ଯ୍ୟାଳୟକୁ ସେମାନଙ୍କୁ ଆଣିବା ଠିକ୍‌ ହୋଇନାହିଁ। ରାଜନୀତିରେ ଏମିତି ହେବା ଉଚିତ ନୁହେଁ। ଗୁଣ୍ଡା ଶାସନକୁ ବରଦାସ୍ତ କରାଯିବ ନାହିଁ। ଆମକୁ କ’ଣ ବାଉନ୍ସର ବଳିଯିବେ। ଆମେ ଡାକିଲେ ୫ ହଜାର ଲୋକ ଆସିିବେ, ବାଉନ୍ସର କ’ଣ କରିବେ ବୋଲି ସେ କହିଥିଲେ।
ଅପରପକ୍ଷେ ଘଟଣାକୁ ନେଇ ଚାରିଆଡ଼େ ପ୍ରଶ୍ନ କରାଯାଉଛି। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି।

Share