କଥା ରଖିଲେ: ମୋଦିଙ୍କ ବିଜୟ ପରେ ମାଗଣାରେ ଚା’ ବାଣ୍ଟିଲେ ଚିଙ୍ଗୁଡୁ

ମାଲକାନଗିରି, ୨୫ା୫ (ସ୍ବ.ପ୍ର.): ଏମିତି କିଛି ଲୋକଥାନ୍ତି ସେମାନେ ଖିଆଲି ମଣିଷ ରୂପେ ବଞ୍ଚନ୍ତି। ନିଜ ଖିଆଲି ପଣିଆରେ ଥରେ ଯାହା କହିଦେଇଥାନ୍ତି ତାହା ସେମାନେ ପାଳନ କରିଥାନ୍ତି। ସେମିତି ଜଣେ ମଣିଷ ହେଉଛନ୍ତି ଚିଙ୍ଗୁଡୁ। ଚିଙ୍ଗୁଡୁ ଭାଇ ବୋଲି ତାଙ୍କୁ ସମସ୍ତେ ଡାକନ୍ତି। ତାଙ୍କ ଭଲ ନାଁ ହେଉଛି ରମେଶ ଦୋରା। ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ସୁଭାଷ ବୋଷ ଛକ ନିକଟରେ ସେ ଦେଇଛନ୍ତି ଚା’ ଦୋକାନ। ନିର୍ବାଚନ ସମୟରେ ସେ କଥା ଦେଇଥିଲେ କେନ୍ଦ୍ରରେ ନରେନ୍ଦ୍ର ମୋଦି ଯଦି ପୁଣି ସରକାର ଗଢନ୍ତି ତେବେ ସେ ସମସ୍ତଙ୍କୁ ଗୋଟିଏ ଦିନ ମାଗଣାରେ ଚା’ ପିଇବାକୁ ଦେବେ। ଇତି ମଧ୍ୟରେ ସାଧାରଣ ନିର୍ବାଚନ ସରିଯାଇଛି। ଫଳାଫଳ ଘୋଷଣା ଅନୁସାରେ ମୋଦି କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛନ୍ତି। ଚିଙ୍ଗୁଡୁ ନିଜ ପୂର୍ବ ପ୍ରତିଶ୍ରୁତି ରଖିଛନ୍ତି। ସେ ଶୁକ୍ରବାର ଦିନସାରା ସମସ୍ତଙ୍କୁ ମାଗଣାରେ ଚା’ ପିଇବାକୁ ଦେଇଛନ୍ତି। ଏଠାରେ ୧୦ ବର୍ଷ ହେଲା ଚା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଚିଙ୍ଗୁଡୁଙ୍କ ଏହି କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରିଛନ୍ତି।

Share