କଥା ୩୩ କୋଟିର

ବରୁଣ ଧାଓ୍ବନ ଏବେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-ଥ୍ରୀଡି’ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ପାଇଁ ସେ କୁଆଡ଼େ ପାରିଶ୍ରମିକ ଭାବେ ୩୩ କୋଟି ଟଙ୍କା ନେଇଛନ୍ତି। ହେଲେ ଏଭଳି କଥାକୁ ସେ ଖଣ୍ଡନ କରି କହିଛନ୍ତି, ମୋର ଯାହା ପାରିଶ୍ରମିକ ନେବା କଥା ତାହା ନେଇଛି। ତାକୁ ନେଇ କ’ଣ ଆଲୋଚନା ହେଉଛି ସେନେଇ ମୁଁ ଚିନ୍ତିତ ନୁହେଁ। ଯଦି ସେ ଏହି ଫିଲ୍ମ ପାଇଁ ୩୩ କୋଟି ପାରିଶ୍ରମିକ ଆକାରରେ ନେଇଥାଆନ୍ତି ତେବେ ସେ ହିନ୍ଦୀ ସିନେମାର ୟଙ୍ଗ୍‌ ଜେନେରେଶନଙ୍କ ମଧ୍ୟରେ ସବୁଠାରୁ ଅଧିକ ପାରିଶ୍ରମିକ ପାଇଥିବା ଅଭିନେତା ଭାବେ ବିବେଚିତ ହେବେ।

Share