କଦଳୀର ଦାମ୍‌ ୮୫ଲକ୍ଷ ଟଙ୍କା

ଟଙ୍କାଏ କି ଦୁଇ ଟଙ୍କା ନୁହେଁ ବରଂ ୮୫ଲକ୍ଷ ଟଙ୍କାର କଦଳୀ ଖାଇ ଏବେ ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ଆଉ ଏହାକୁ ଖାଇବା ପରେ କୌଣସି ବିବାଦ ମଧ୍ୟ ଉପୁଜି ନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆମେରିକାର ଏକ ଆର୍ଟ ଶୋ’ରେ ଗୋଟିଏ କଦଳୀକୁ କାନ୍ଥରେ ସେଲୋଟେପ୍‌ ବାନ୍ଧି ପ୍ରଦର୍ଶନ କରାଯାଇଥିଲା। ସେଠାକୁ ବୁଲି ଆସିଥିବା ଆମେରିକାର ଜଣେ ଆର୍ଟିଷ୍ଟ ଡେବିଡ ଡଟୁନା ଉକ୍ତ କଦଳୀକୁ କାନ୍ଥରୁ କାଢ଼ି ଆଣି ଖାଇ ଦେଇଥିଲେ। ତେବେ ଆର୍ଟ ଗ୍ୟାଲେରୀରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତିମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ତେବେ ଡଟୁନା କଦଳୀ ଖାଇବାର ୧୫ ମିନିଟ୍‌ ଭିତରେ ଆଉ ଗୋଟିଏ କଦଳୀ ଆଣି କାନ୍ଥରେ ରଖାଯାଇଥିଲା। ଏହାପରେ ଆର୍ଟ ଗ୍ୟାଲେରୀ ସହ ସମ୍ପୃକ୍ତ ଥିବା ଲୁସିୟନ ଟେରାସ କହିଥିଲେ, ଉକ୍ତ ବ୍ୟକ୍ତି ଆର୍ଟକୁ ଖରାପ୍‌ କରିନାହାନ୍ତି। କାରଣ ତାହା ଆର୍ଟ ନୁହେଁ ବରଂ ତାହା ଥିଲା ଅସଲି କଦଳୀ। ସୂଚନାମୁତାବକ ଇଟାଲୀର ଆର୍ଟିଷ୍ଟ ମୋରିଜିଓ କେଟଲନ୍‌ ତମ୍ବା ରଙ୍ଗରେ ଏକ କଦଳୀର କଳାକୃତି ପ୍ରସ୍ତୁତ କରିଥିଲେ। ଏହିଭଳି ୩ଟି କଳାକୃତି ମଧ୍ୟରୁ ୨ଟି ବିକ୍ରି ହୋଇଯାଇଥିବା ବେଳେ ଅନ୍ୟଟିର ଦାମ୍‌ ୧.୦୭କୋଟି ଟଙ୍କା ରଖାଯାଇଥିଲା। ପରେ ଏହାକୁ ୮୫.୮୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଇଥିଲା। କିନ୍ତୁ ମିଆମିରେ ଏହା ପ୍ରଦର୍ଶିତ ହେବାକୁ ଥିବା ବେଳେ ମେରିଜିଓ କିନ୍ତୁ ସେଠାରେ ମଜାଳିଆ ଢଙ୍ଗରେ ଅସଲି କଦଳୀ ଲଗାଇଦେଇଥିଲେ। ଆଉ ସେଠାକୁ ଆସିଥିବା ଡଟୁନା ଏହାକୁ ଖାଇଦେଇଥିଲେ। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି।

Share