କଦଳୀ କିଣିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ

ପ୍ରତ୍ୟେକ ଋତୁରେ କଦଳୀ ସହଜରେ ମିଳିଥାଏ। ଏହା ସ୍ବାସ୍ଥ୍ୟ ଉପକାରୀ। ଡାକ୍ତର ପ୍ରତିଦିନ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ତେବେ ଏହି କଦଳୀ କିଣିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଏହା ହଳଦିଆ ରଙ୍ଗର ହେବା ଉଚିତ
ଯେତେବେଳେ ବଜାରକୁ କଦଳୀ କିଣିବାକୁ ଯାଉଛନ୍ତି ସେତେବେଳେ ଏଥିପ୍ରତି ଧ୍ୟାନ ଦେବେ ଯେ, ଏହାର ରଙ୍ଗ ହଳଦିଆ ହୋଇଥିବା ଜରୁରି।

କଳା ଦାଗ ଥିବା କଦଳୀ କିଣନ୍ତୁ ନାହିଁ

କଳାରଙ୍ଗର ଦାଗ କିମ୍ବା କଳା ଚିହ୍ନ ଥିବା କଦଳୀ କିଣନ୍ତୁ ନାହିଁ । ଏହିପରି କଦଳୀ ଖୁବ୍‌ ଶୀଘ୍ର ନଷ୍ଟ ହୋଇଯାଏ।

ଅଧିକ କଦଳୀ କିଣନ୍ତୁ ନାହିଁ
ଅତ୍ୟଧିକ କଦଳୀ କିଣିବା ଉଚିତ୍‌ ନୁହେଁ। ଆପଣଙ୍କ ଆବଶ୍ୟକ ଅନୁଯାୟୀ କଦଳୀ କିଣନ୍ତୁ। ଯଦି ଆପଣ ଦିନକୁ ଦୁଇଟି କଦଳୀ ଖାଆନ୍ତି, ତେବେ ସେହି ଅନୁଯାୟୀ କିଣନ୍ତୁ।

ଆକାର ଦେଖିବା ପରେ ହିଁ କିଣନ୍ତୁ
କଦଳୀ କିଣିବା ବେଳେ, ମନେରଖନ୍ତୁ ଯେ ଏହାର ଆକାର ଟିକିଏ ବଡ଼ ଏବଂ ମୋଟା ହେବା ଉଚିତ୍‌ , ଏହିପରି କଦଳୀର ସ୍ବାଦ ମଧ୍ୟ ଭଲ କାରଣ ସେଗୁଡ଼ିକ ସମ୍ପୂର୍ଣ୍ଣ ପାଚିଲା। କଦାପି ଛୋଟ ଆକାରର କଦଳୀ କିଣନ୍ତୁ ନାହିଁ । ଏହା ଭିତରୁ କଞ୍ଚା ଅଟେ । ଏହାକୁ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ହୋଇପାରେ।