Categories: ଜାତୀୟ

କଦଳୀ ଚାଷ କରି ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି ମାନସିକ ଅସୁସ୍ଥ ବ୍ୟକ୍ତି

ନାଗପୁର,୧୧।୭: ମହାରାଷ୍ଟ୍ର ନାଗପୁରରେ ଥିବା ରିଜିଓନାଲ ମେଣ୍ଟାଲ ହସ୍ପିଟାଲରେ ଥିବା ମାନସିକ ଅସୁସ୍ଥ ରୋଗୀମାନେ କଦଳୀ ଚାଷ କରି ପ୍ରାୟ ୧ ଲକ୍ଷ ୩୪ ହଜାର ଟଙ୍କା ରୋଜଗାର କରିଥିବା ଜଣାପଡିଛି। ସ୍କିଲ ଡେଭଲପ୍‌ମେଣ୍ଟ କାର୍ଯ୍ୟକ୍ରମ ମାଧ୍ୟମରେ ଏମାନେ ହସ୍ପିଟାଲ ପରିସର ମଧ୍ୟରେ ଏହି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି। ମେଡିକାଲ ସୁପରିଟେଣ୍ଡେଣ୍ଟ ମାଧୁରି ଥୋରାଟ କୁହନ୍ତି, ଚାଷ କାର୍ଯ୍ୟ ମନ ଉପରେ ଶାନ୍ତ ପ୍ରଭାବ ପକାଇଥାଏ। ତେଣୁ ଏଠାରେ ଥିବା ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଆମେ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଇଥିବାରୁ ସେମାନେ ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି। ଏହି ଅର୍ଥରୁ ସେମାନଙ୍କୁ କିଛି ଦିଆଯିବ ବୋଲି ସେ କହିଛନ୍ତି। ଏହାର ପ୍ରୋଜେକ୍ଟ ହେଡ୍‌ ଥିବା ପ୍ରବିନ କାକଡେ କୁହନ୍ତି, ହସ୍ପିଟାଲରେ ରହୁଥିବା ଅଧିକାଂଶ ମାନସିକ ଅସୁସ୍ଥ ବ୍ୟକ୍ତି ଗ୍ରାମାଞ୍ଚଳର ହୋଇଥିବାରୁ ସେମାନେ ଖୁବ୍‌ଶୀଘ୍ର ଏହି ଚାଷକୁ ଆପଣାଇ ପାରିଛନ୍ତି।

Share