Categories: ଖେଳ

କଦାପି ଗଲି କ୍ରିକେଟ ଖେଳି ନ ଥିବା କ୍ରିକେଟର

ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ମହାନ କ୍ରିକେଟର ପ୍ରାୟତଃ ଗଲି କ୍ରିକେଟରୁ ହିଁ ସୃଷ୍ଟି ହୋଇଥାନ୍ତି। ମାତ୍ର ଏଭଳି ଜଣେ ଲୋକପ୍ରିୟ କ୍ରିକେଟର ଅଛନ୍ତି, ଯିଏକି କଦାପି ଗଲି କ୍ରିକେଟ ଖେଳିନାହାନ୍ତି। ସେ ହେଉଛନ୍ତି ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଚେଚେଶ୍ୱର ପୂଜାରା। ତାଙ୍କୁ ଗଲି କ୍ରିକେଟର ନ ଖେଳିବାକୁ ତାଙ୍କ ବାପା କଡ଼ା ଚେତାବନୀ ଦେଇଥିଲେ। କାରଣ ଗଲି କ୍ରିକେଟରେ ଖେଳାଳିମାନେ ଟେନିସ ବଲର ବ୍ୟବହାର କରନ୍ତି। ଟେନିସ ବଲ ସାଧାରଣ କ୍ରିକେଟ ବଲଠାରୁ ଅଧିକ ବାଉନ୍ସ କରେ। ଏଣୁ ଟେନିସ ବଲରେ ଖେଳିବା ଲାଗି ଖେଳାଳିଙ୍କୁ ଭିନ୍ନ ଷ୍ଟାଇଲ ଆପଣେଇବାକୁ ପଡ଼େ। ଏହା ପୂଜାରାଙ୍କ ବ୍ୟାଟିଂ ଷ୍ଟାଇଲକୁ ପ୍ରଭାବିତ କରିବାର ସମ୍ଭାବନା ଥିଲା। ଏଣୁ ତାଙ୍କ ବାପା କଦାପି ଗଲି କ୍ରିକେଟରେ ଖେଳିବାକୁ ଅନୁମତି ଦେଇ ନ ଥିଲେ। ସେ ଏ ସମ୍ପର୍କରେ ଏକ ସାକ୍ଷାତ୍‌କାରବେଳେ ସ୍ପଷ୍ଟ କରିଥିଲେ।

Share