Categories: ମେଟ୍ରୋ

କନଜରଭାନସି ଲେନରୁ ହଟିଲା ଜବରଦଖଲ

କଟକ ରୋଡ,୫।୧(ଡି.ଏନ୍‌.ଏ.): ରାଜଧାନୀର ଅଧିକାଂଶ ଅଞ୍ଚଳରେ କନଜରଭାନସି ଲେନ ଅବରୋଧ ହୋଇଛି। ଫଳରେ ନିୟମିତ ଏଗୁଡିକ ସଫେଇ ହୋଇ ନ ପାରିବା ସହ ସ୍ବେରେଜ ଚାମ୍ବର ସଫା କରିବାରେ ସମସ୍ୟା ଦେଖାଯାଉଛି। ଏ ନେଇ ଓଡ଼ିଶା ଜଳ ଯୋଗାଣ ସ୍ବେରେଜ ବୋର୍ଡକୁ ଅଭିଯୋଗ ମିଳିବା ପରେ ଶନିବାର ବ୍ରିଟ କଲୋନୀ ଷ୍ଟେଜ-୧ କନଜରଭାନସି ଲେନ ଓ ରାସ୍ତା ଉପରେ ଥିବା ଜବରଦଖଲ ହଟାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଏକ ଟିମ କମିଶନରେଟ ପୋଲିସ ସହାୟତାରେ ଲେନ ମଧ୍ୟରେ ବେଆଇନ ଭାବେ ଗଢ଼ି ଉଠିଥିବା ଗୋଟିଏ ଆଜବେଷ୍ଟସ ଘର, ୨ଟି ଲୁହା ଗେଟ ଓ ୩ଟି ପ୍ରାଚୀର ଭଙ୍ଗାଯାଇଛି।

Share